ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେତେ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ଦଶମ ରାଉଣ୍ଡରେ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଓ ତୃତୀୟରେ କଂଗ୍ରେସର ଘାସିରାମ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନି ଛୁରିଆଙ୍କୁ ୧୭,୧୦୧ଭୋଟ୍ ଓ ତୃତୀୟ ସ୍ଥାନରେ ଘାସିରାମ ମାଝୀମଙ୍କୁ ୧୩,୭୫୧ ଭୋଟ୍ ମିଳିଛି ।

ସୂଚନା ଯୋଗ୍ୟ; ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଉ ଅଳ୍ପ ସମୟ ମଧ୍ୟରେ ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ । ସେଥିପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ ।

Leave a Reply

Your email address will not be published. Required fields are marked *