Nuapada Bypoll-no enthusiasm in bJD

ଦିନେ ଓଡ଼ିଶାର ଏକ ପ୍ରମୁଖ ଦଳ ଭାବେ ଶାସନଭାର ସମ୍ଭାଳିଥିବା ବିଜେଡିର ଏବେ ବଳ ପାଉନି । ମୁହଁ ମାଡ଼ି କଚାଡ଼ି ହୋଇ ପଡ଼ିଛି । ଦଳୀୟ କନ୍ଦଳ ଓ ବିଶୃଙ୍ଖଳା ଲାଗି ରହିଛି । ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ଦଳ ଉପରେ ଲୋକେ ଆସ୍ଥା ପ୍ରକଟ କରିପାରୁନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରଠୁ ବିଜେଡିର ସତ୍ତା ହଜି ଗଲାଣି ।

ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ତାଙ୍କୁ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳୁନି କି ତାଙ୍କଠୁ ଲୋକେ ବେଶୀ କିଛି ଆଶା କରିପାରୁନାହାନ୍ତି । ଅନ୍ୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ବିଜେଡି ପଛରେ ପଡ଼ିଛି । ଲୋକଙ୍କ ଆସ୍ଥା ଭାଜନ ହୋଇପାରୁନାହାନ୍ତି ଛୁରିଆ ।

ଦଳର ସର୍ବେସର୍ବା ତଥା ଘରଜ୍ବାଇଁ କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କୁ ଦଳର ଅନେକ ନେତା ଓ କର୍ମୀ ସିଧାସଳଖ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ମଧ୍ୟ ଏକପ୍ରକାର ସ୍ଥାଣୁ ହୋଇଯାଇଛି ।

By Nirvay

Leave a Reply

Your email address will not be published. Required fields are marked *