Nuapada Bypoll-Jay Dholakia joins BJP
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଟ୍ଵିଷ୍ଟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।
 
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୟ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ରହିଛି ।
 
ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି ।
 
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉଚ୍ଚ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇଛନ୍ତି ।
 
ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ବିଜେପି ରୁ କିଏ ପ୍ରର୍ଥୀ ହେବେ ସେନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜିର ଏହି ଟ୍ଵିଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି ।

By Nirvay

Leave a Reply

Your email address will not be published. Required fields are marked *