ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର ମଇଦାନ । ନୂଆପଡ଼ା ଆଦିବାସୀ ଅଞ୍ଚଳ ହୋଇଥିବାବେଳେ ଭୋଟ୍ ହାତେଇବାକୁ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ । କଂଗ୍ରେସ ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି । ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଲେଣି କଂଗ୍ରେସ ପ୍ରାର୍ଥୀ । ଗାଁ ଗାଁ ବୁଲି ସଭା କରି ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ଗୋଡ଼ ତଳେ ପଡ଼ି କାନ୍ଦିବା ଭଳି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ବିଜେଡିର ଆଶାୟୀ ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ରାଜନୈତିକ ସମୀକରଣ ବଦଳିଯାଇଛି । ବିଜେପି ତାର ରଣନୀତି ପ୍ରସ୍ତୁତ କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ । ଏହା ବିଜେପି ନେତୃତ୍ୱାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ନୂଆପଡ଼ା ବିଧାନସଭା କ୍ଷେତ୍ର ଦାଖଲ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ । ହେଲେ ବିଜେଡିରେ ହାହାକାର ପଡ଼ିଛି । ବିଜେଡିର ୨୦୨୪ ସାଧାରଣ ନିର୍ବାଚନ ଭଳି ଅବସ୍ଥା ହେବ ବୋଲି ଆଶଙ୍କା କରାଯାଉଛି । ବିଜେଡି ପତନର କାରଣ ହେଉଛି ଦଳରେ ଏତେ ବରିଷ୍ଠ ନେତା ଥିବା ସତ୍ତ୍ୱେ ଜଣେ ଅଣଓଡ଼ିଆଙ୍କୁ ଗୁରୁଦାୟିତ୍ୱ କାହିଁକି ଦିଆଯାଉଛି । ବିଶେଷକରି ଆଦିବାସୀ ଭୋଟ୍ ବ୍ୟାଙ୍କ ନୂଆପଡ଼ା ଉପନିର୍ବାଚନରେ ଗେମ ଚେଞ୍ଜର ହୋଇପାରେ । ତେବେ ଦେଖିବାକୁ ବାକି ରହିଲା କେଉଁ ଦଳ ଉପରେ ଭୋଟର ଆସ୍ଥା ପ୍ରକଟ କରୁଛନ୍ତି । Post navigation ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପୋତ୍ସାହନ ଅବଧି ଚୌଦ୍ୱାର ଜେଲ୍ରୁ ୨ ଅପରାଧୀ ଫେରାର ଘଟଣାରେ ଜେଲରଙ୍କୁ କଣ୍ଟାବାଞ୍ଜି ବଦଳି