କେନ୍ଦ୍ର ସରକାର ବୁଧବାର ନ୍ୟାସନା ସିକ୍ୟୁରିଟୀ ଗାର୍ଡ (ଏନଏସଜି)କୁ ଭିଆଇପିଙ୍କ ସୁରକ୍ଷାରୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏମାନଙ୍କ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ (ସିଆରପିଏଫ) ମୁତୟନ ହେବେ । ଆସନ୍ତା ମାସରୁ ଏହି ଆଦେଶ ଲାଗୁ ହେବ । ସଂସଦର ସୁରକ୍ଷା ବ୍ୟବସ୍ଥାରେ ମୁତୟନ ଥିବା ଅବ ବସରପ୍ରାପ୍ତ ସିଆରପିଏଫ ଯବାନଙ୍କୁ ଏଥିପାଇଁ ବିଶେଷ ତାଲିମ ପ୍ରଦାନ କରାଯିବ । ସେମାନଙ୍କୁ ଭିଆଇପି ସିକ୍ୟୁରିଟୀ ୱିଙ୍ଗକୁ ପଠାଯାଇଛି । ଏଥିପାଇଁ ନୂଆ ବାଟାଲିୟନ ବନାଯାଇଛି । ଟ୍ରେନିଂ ପୂରା ହେବା ପରେ ଏହି ଯବାନମାନେ ଭିଆଇପିଙ୍କ ସୁରକ୍ଷା ପାଇଁ ମୂତୟନ ହେବେ । ସିଆରପିଏଫ ନିକଟରେ ପୂର୍ବରୁ ୬ ଭିଆଇପି ସିକ୍ୟୁରିଟୀ ବାଟାଲିୟନ ରହିଛି । ନୂଆ ବାଟାଲିୟନ ସହ ଏହି ସଂଖ୍ୟା ୭ ହୋଇଯିବ ।

ଦେଶରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୯ ଜଣ ନେତା ଏପରି ଅଛନ୍ତି, ଯେଉଁ ମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ନଏସଜିର ବ୍ଲାକ କ୍ୟାଟ୍ କମାଣ୍ଡୋ କରୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବସପା ସୁପ୍ରିମୋ ମାୟାବତୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ଛତି ଶଗଡର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଜାମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ଏନସି ନେତା ଫାରୁକ ଅବଦୁଲା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସୁରକ୍ଷା ଦାୟିତ୍ଵରେ ଏନଏସଜି କମାଣ୍ଡୋ ଅଛନ୍ତି । ଏବେ ଏମାନଙ୍କ ପାଖରୁ ଏହି କମାଣ୍ଡୋ ହଟିଯିବେ ଏବଂ ସିଆରପିଏଫ ସିକ୍ୟୁରିଟୀ ୱିଙ୍ଗ୍ ଦାୟିତ୍ଵ ସମ୍ଭାଳିବ ।

Leave a Reply

Your email address will not be published. Required fields are marked *