ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । କିଛି ମାସ ହେଲା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇଥିବାବେଳେ ଆସନ୍ତା ମାସରେ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି। ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟ ବିଭାଗ ପାଖରେ ରହିଛି । ନଗର ଉନ୍ନୟନ ବିଭାଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି ଯାହାକି ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ । ଏନେଇ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି । ଚଳିତ ମାସରେ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ ।

 

Leave a Reply

Your email address will not be published. Required fields are marked *