ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପରେ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଆସନ୍ତା ୨୦ ତାରିଖ । ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

ନୂଆ ତାଲିକା ଅନୁଯାୟୀ ନୂଆପଡ଼ା ବିଧାନସଭାର ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି। ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ରହିଛି।

ଅନ୍ୟପଟେ ନଭେମ୍ବର ୧୧ରେ ହେବ ଭୋଟ । ୧୪ ତାରିଖରେ ଆସିବ ଫଳାଫଳ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଆରମ୍ଭ ହୋଇଗଲାଣି ନୂଆପଡା ଉପନିର୍ବାଚନ ପାଇଁ ଅଙ୍କକଷା। କଂଗ୍ରେସ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବା ବେଳେ ଏବେ ବିଜେପି କାହାକୁ ନିଜ ପ୍ରାର୍ଥୀ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। ତେବେ କିଏ ହେବେ ପ୍ରାର୍ଥୀ ସେନେଇ ଲାଗିରହିଛି ସସ୍‌ପେନ୍ସ।

Leave a Reply

Your email address will not be published. Required fields are marked *