ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ଖୁବ୍ ଶୀଘ୍ର ରାଜ୍ୟ ଭାରତୀୟ ଜନତା ପାର୍ଟୀକୁ ମିଳିବ ନୂତନ ମଙ୍ଗୁଆଳ । ଏଥିପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ ବିଜେପି ପାଇଁ ସଭାପତି ଚୟନ ହେବ ।

ଆସନ୍ତା ୬ ତାରିଖରେ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୭ ତାରିଖରେ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହା ପରେ ୮ ତାରିଖରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଏ ନେଇ ସୂଚନା ଦେଇଛନ୍ତି ସହ ନିର୍ବାଚନ ଅଧିକାରୀ ଯତିନ୍ ମହାନ୍ତି ।

ଅନ୍ୟପଟେ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସଭାପତି ପଦ ପାଇଁ ମତଦାନ ତାରିଖ ଘୋଷଣା ହେବା ପରେ କିଏ ହେବେ ସଭାପତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *