ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିବ ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର । ବିଶ୍ୱକୁ ଆଣବିକ ଅସ୍ତ୍ରରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ ପାଇଁ ୧୯୫୬ ମସିହାରେ ଆରମ୍ଭ ହୋଇଥିବା ଜାପାନର ନିହନ ହିଦାନକ୍ୟୋ ଅନୁଷ୍ଠାନକୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି।

ସୂଚନା ଯୋଗ୍ୟ; ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’ । ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ କାମ କରୁଛି । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)।

୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା। ଏହା ପରେ ଜାପାନ କୌଣସି ପ୍ରତିଶୋଧ ନା ନେଇ ଭବିଷ୍ୟତରେ କିପରି ଏହି ପରି ନ ହୁଏ ସେଥିପାଇଁ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *