ବିଧାନସଭା ଗୃହରେ ଉଠିଲା ବହୁ ଚର୍ଚ୍ଚିତ ଏଏସଓଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବାର ମାମଲାରେ ଏଯାଏଁ ଲିଖିତ ଅଭିଯୋଗ ହୋଇ ନାହିଁ । ମାଡ଼ ଓ ନିର୍ଯାତନା ନେଇ ପୁରୀ ସାମୁଦ୍ରିକ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ । କିନ୍ତୁ ଗୋଟିଏ ଅନଲାଇନ୍ ଅଭିଯୋଗ ସିସିଟିଏନସି ପୋର୍ଟାଲରେ ହୋଇଛି । ଏଏସଓ ବୈକୁଣ୍ଠ ପ୍ରଧାନ ପୋର୍ଟାଲରେ ଅଭିଯୋଗ କରିଛନ୍ତି ଯାହାକୁ ନେଇ ତଦନ୍ତ ଚାଲିଛି ।

 

Leave a Reply

Your email address will not be published. Required fields are marked *