ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଓଡ଼ିଶାର ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଏମଏମଡିଆର ସଂଶୋଧନ ଆଇନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ସ୍ମାରକପତ୍ର ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରି ଓଡ଼ିଶାର ସାମ୍ୱିଧାନିକ, ଆର୍ଥିକ ଓ ଖଣିଜ ସ୍ୱାର୍ଥର ସୁରକ୍ଷା ପାଇଁ ହସ୍ତକ୍ଷେପ ଲୋଡ଼ିଥିଲେ । ଦେବୀ ପ୍ରସାଦ ମିଶ୍ର ମାନ୍ୟବର ରାଜ୍ୟପାଳଙ୍କ ସମ୍ମୁଖରେ ମତ ରଖି, ଏମ୍ଏମ୍ଡିଆର୍ ସଂଶୋଧନ ଆଇନ, ୨୦୨୬ ଯୋଗୁଁ ଓଡ଼ିଶା ସମ୍ମୁଖୀନ ହେବାକୁ ଥିବା ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ପ୍ରସନ୍ନ ଆଚାର୍ଯ୍ୟ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଦ୍ୱାରା ଓଡ଼ିଶା ଉପରେ କି ପ୍ରଭାବ, ପଡ଼ିବ ସେ ସମ୍ପର୍କରେ ବିସ୍ତୃତ ଭାବେ ମତ ରଖିଥିଲେ । ପ୍ରତିନିଧିମଣ୍ଡଳୀର ଅନ୍ୟ ସଦସ୍ୟମାନେ ଯଥା- ଡ. ଲେନିନ ମହାନ୍ତି, ଡ. ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ସଞ୍ଜୟ କୁମାର ଦାସବର୍ମା ଓ ପ୍ରୀତିରଞ୍ଜନ ଘଡ଼ାଇ, ଏହି ସଂଶୋଧନ ଆଇନ ବଳରେ ବକେୟା ପ୍ରାପ୍ୟ, ଖଣି ରାଜସ୍ୱ ଓ ଖଣିଜ ସମ୍ପଦ ଜମି ଉପରେ ରାଜ୍ୟ ତାର ଅଧିକାର ହରାଇବ ବୋଲି ମତ ରଖିଥିଲେ । ଆଲୋଚନା ସମୟରେ ମାନ୍ୟବର ରାଜ୍ୟପାଳ ବିଶେଷ ଭାବେ ଜାଣିବାକୁ ଚାହିଁଥିଲେ ଯେ, ଏମ୍ଏମ୍ଡିଆର୍ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା କେତେ ପରିମାଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରେ । ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଏହି ବିଷୟରେ ବିସ୍ତୃତ ଭାବେ ବୁଝାଇବା ସହ ଖଣି ଅଧିକାର ଓ ଖଣିଜ ସମୃଦ୍ଧ ଜମି ଉପରେ ରାଜ୍ୟର କ୍ଷମତାକୁ ସୀମିତ କରିବା ଯୋଗୁଁ ସୃଷ୍ଟି ହେବାକୁ ଥିବା ଆର୍ଥିକ ପ୍ରଭାବ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶା ପାଇବାକୁ ଥିବା ବକେୟା ଅର୍ଥ ଓ ରାଜସ୍ୱ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ତଥ୍ୟ ରଖିଥିଲେ । ୨୫ ଜୁଲାଇ ୨୦୨୪ରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ଐତିହାସିକ ରାୟ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରତିନିଧି ମଣ୍ଡଳୀ । ଉକ୍ତ ରାୟରେ ରାଜ୍ୟ ସରକାରମାନଙ୍କର ଖଣି ଓ ଖଣିଜ ସମୃଦ୍ଧ ଜମି ଉପରେ କର ଓ ଶୁଳ୍କ ଲାଗୁ କରିବାର କ୍ଷମତାକୁ ସ୍ୱୀକୃତି ଦିଆଯାଇଥିବା ସହ ୧ ଏପ୍ରିଲ ୨୦୦୫ରୁ ବକେୟା ଅର୍ଥ ଆଦାୟ ସମ୍ପର୍କରେ ମଧ୍ୟ ରାୟରେ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ରାୟ ପରେ ଓଡ଼ିଶା ଖଣି ସମ୍ପର୍କିତ କର ଓ ଶୁଳ୍କ ବାବଦରେ ବିପୁଳ ପରିମାଣର ବକେୟା ଅର୍ଥ ପାଇବାକୁ ହକଦାର ହୋଇଥିଲା । ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବକେୟା ଅର୍ଥ ଓଡ଼ିଶାକୁ ମିଳିଥାନ୍ତା ଓ ବାର୍ଷିକ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ଓଡ଼ିଶା ପାଇଥାନ୍ତା । ଏହି ଅର୍ଥ ଓଡ଼ିଶାର ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଆର୍ଥିକ କ୍ଷମତାକୁ ବହୁଗୁଣିତ କରିପାରିବ । ଏହାଦ୍ୱାରା ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଜଳସେଚନ, ଗ୍ରାମୀଣ ବିକାଶ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ । ଦେଶର ଅନ୍ୟତମ ଖଣିଜ ସମୃଦ୍ଧ ରାଜ୍ୟ ଭାବେ ଓଡ଼ିଶା ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍ ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଜରିଆରେ ଭାରତର ଶିଳ୍ପ ଓ ଆର୍ଥିକ ବିକାଶରେ ଅପାର ଅବଦାନ ଦେଇଆସିଛି । ଅନୁସୂଚିତ ଅଞ୍ଚଳ ଏବଂ ଅନୁସୂଚିତ ଜନଜାତି ବସବାସ କରୁଥିବା ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକର ସାମ୍ୱିଧାନିକ ଗୁରୁତ୍ୱ ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରତିନିଧିମଣ୍ଡଳୀ । ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଯୋଗୁଁ ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବ ନାହିଁ ବୋଲି କରାଯାଉଥିବା ଦାବି ଉପରେ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଥିଲା । ଓଡ଼ିଶା ସମୀକ୍ଷାରେ ପ୍ରକାଶିତ ପୂର୍ବତନ ଆକଳନ ଏବଂ ଓଡ଼ିଶାର ମାନ୍ୟବର ଆଡଭୋକେଟ୍ ଜେନେରାଲ୍ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଖଣି ସମ୍ପର୍କିତ ବକେୟା ଓ ରାଜସ୍ୱର ଆର୍ଥିକ ଗୁରୁତ୍ୱକୁ ସ୍ୱୀକାର କରାଯାଇଥିବା ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଥିଲା । ତେଣୁ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଓଡ଼ିଶା ଉପରେ ପକାଇବାକୁ ଥିବା ଆର୍ଥିକ ପ୍ରଭାବର ଏକ ସ୍ପଷ୍ଟ, ସ୍ୱଚ୍ଛ ଓ ପ୍ରାମାଣିକ ଆକଳନର ଆବଶ୍ୟକତା ରହିଛି । ପ୍ରତିନିଧିମଣ୍ଡଳୀର କଥା ଦୀର୍ଘ ସମୟ ଧରି ଶୁଣିବା ପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରତିନିଧିମଣ୍ଡଳୀକୁ ଆଶ୍ୱାସନା ଦେଇଥିଲେ ଯେ, ବିଜୁ ଜନତା ଦଳ ପକ୍ଷରୁ ଉଠାଯାଇଥିବା ଏହି ସମସ୍ତ ପ୍ରସଙ୍ଗ ସମ୍ପର୍କରେ ସେ ନିଶ୍ଚିତ ଭାବେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ଅବଗତ କରାଇବେ । ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ମତ ରଖିବା ପାଇଁ ମାନ୍ୟବର ରାଜ୍ୟପାଳ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପାରିତ ହେବା ନେଇ ପୂର୍ବରୁ ହିଁ ଗଭୀର ଉଦ୍ବେଗ ପ୍ରକାଶ କରିଥିବା କଥା ବିଜେଡି ସ୍ମରଣ କରାଇଛି । ବିଜେଡିର ସାଂସଦମାନେ ମଧ୍ୟ ସଂସଦରେ ଏହି ବିଲ୍କୁ ଦୃଢ଼ ଭାବେ ବିରୋଧ କରିବା ସହ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଆର୍ଥିକ ଅଧିକାର ଓ ସ୍ୱାର୍ଥ ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ଡ଼ ଅରୁଣ କୁମାର ସାହୁ, ଅନନ୍ତ ନାରାୟଣ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ଧ୍ରୁବ ସାହୁ, ବ୍ୟୋମକେଶ ରାୟ, ସୁଜାତା ସାହୁ, ସୁଲୋଚନା ଦାସ, ରାଜେନ୍ଦ୍ର ସାହୁ, ସୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ପ୍ରଦୀପ କୁମାର ଦିଶାରୀ, ଗୌତମବୁଦ୍ଧ ଦାସ, କଳିକେଶ ନାରାୟଣ ସିଂ ଦେଓ, ପ୍ରଶାନ୍ତ ବେହେରା, ବିଭୂତି ବଳବନ୍ତରାୟ, ଅଭିମନୁ୍ୟ ସେଠୀ, ପ୍ରଶାନ୍ତ ମୁଦୁଲି, ଯୋଗେଶ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ମନ୍ମଥ କୁମାର ରାଉତରାୟ, ରିଜୱାନା ବେଗମ୍, ପ୍ରଣବ ବଳବନ୍ତରାୟ, ବିଜୟ ନାୟକ, ଟୁକୁନି ସାହୁ, ପ୍ରଦୀପ କୁମାର ଅମାତ, ଶ୍ରୀନାଥ ସୋରେନ, ରବି ନନ୍ଦ, ଭବପ୍ରସାଦ ଦାସ, ସୁବାସ ସିଂ, ଏନ୍ କେ ନିଜାମୁଦ୍ଦୀନ, ସୁଧୀର ସାମଲ, ଅଂଶୁମାନ ମହାନ୍ତି, ପଦ୍ମନାଭ ବେହେରା, ରମାରଂଜନ ବଳିଆୟାରସିଂହ, ଚନ୍ଦ୍ରସାରଥି ବେହେରା, ପୂର୍ଣ୍ଣ ସ୍ୱାଇଁ, ରଘୁନାଥ ପାଡଲ, ରମେଶ ମାଝୀ, ସଂଜୀବ ମଲ୍ଲିକ, ସୁବାଷ ବେହେରା, ନୃସିଂହ ସାହୁ, ରୁଦ୍ର ମହାରଥୀ, ମହେଶ ସାହୁ, ମିନତୀ ବେହେରା, ଇରାନୀ ରାୟ, ସଂଘମିତ୍ରା ଦଳେଇ, ମନୋହର ରନ୍ଧାରୀ, ଡ଼ ପ୍ରିୟବ୍ରତ ମାଝୀ, ସମ୍ୱିତ ରାଉତରାୟ, ଧନଞ୍ଜୟ ସିଦ୍ଧୁ, ଶର୍ମିଷ୍ଠା ସେଠୀ, ଅବିନାଶ ସାମଲ, ପୁଷ୍ପେନ୍ଦ୍ର ସିଂହଦେଓ, ଝିନ ହିକକା, ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି, ଡଃ ଦେବାଶିଷ ମାରାଣ୍ଡି, ନାରାୟଣ ପ୍ରସାଦ ଜେନା, ଅରବିନ୍ଦ ସାର୍କେଲ, ମିହିର ରାୟ, ତୁମ୍ୱନାଥ ପଣ୍ଡା, ପ୍ରଫୁଲ୍ଲ ସିଂହ, ଆଶିଷ ଚକ୍ରବର୍ତ୍ତୀ, ମାଧବ ସର୍ଦ୍ଦାର, ଜଗନ୍ନାଥ ନାଏକ, ଅମରେଶ ପତି୍ର, ମୁଜିବୁଲ୍ଲା ଖାନ୍ (ମୁନା ଖାନ୍), ରାଜଶ୍ରୀ ମଲ୍ଲିକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ବାସନ୍ତୀ ହେମ୍ୱ୍ରମ୍, ପ୍ରତାପ ରାଉତ, ସୁବାଷ ପାତ୍ର, ରାଜେନ୍ଦ୍ର ଦାସ, ସୁବାସ ଚନ୍ଦ୍ର ବେହେରା, ଦେବେଶ ଆଚାର୍ଯ୍ୟ, ସ୍ୱରୂପ କୁମାର ଦାସ, ନିହାର ରଞ୍ଜନ ବେହେରା, ସ୍ୱଦେଶ ଦାସ, ମୁକେଶ ପାଲ, ରଂଜିତା ସାହୁ, ସୁଶାନ୍ତ ବେହେରା, ଗିରିଷ ଦାସ, ନବୀନା ନାୟକ, କ୍ଲେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ । Post navigation ACF Soumya Ranjan Death Case: ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ Lord Jagannatha Land in Pakistan: ପାକିସ୍ତାନରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଜମି!