No Relief From Cold for Next 2 Weeks in Odisha
ଓଡ଼ିଶାରେ ଶୀତ ଲହରି ଜାରି ରହିଛି । ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଥିବାର ଖବର ମିଳିଛି । ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ମିଳିବ ନାହିଁ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
 
ରାଜ୍ୟର ୨୪ଟି ସହରରେ ରାତିର ତାପମାତ୍ରା ୧୦ କିମ୍ୱା ତାଠୁ କମ୍‌ ରହିଥିବା ଜଣାପଡିଛି । ଜି. ଉଦୟଗିରିରେ ରାତିରେ ତାପମାତ୍ରା ୨.୫ ଡିଗ୍ରୀକୁ ଖସି ଆସିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୯.୪ ରେକର୍ଡ କରାଯାଇଛି ।
 
ସେମିଳିଗୁଡାରେ ୪.୧, ଫୁଲବାଣୀରେ ୫, ରାଉରକେଲାରେ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ପରେ ତାତି ବଢ଼ିବ ବୋଲି କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *