ଗୃହରେ ଉଠିଲା ଜଙ୍ଗଲ ଜମି ହଡ଼ପ ପ୍ରସଙ୍ଗ। ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ସେ ପଚାରିଥିବା ପ୍ରଶ୍ନ ଆଦିବାସୀ ମାନଙ୍କ ଜମିକୁ ହଡପ କରୁଛନ୍ତି ପ୍ରଭାବଶାଳୀ ଲୋକ ଏବଂ ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇଛି। କିନ୍ତୁ ଏଠି ଆଇନ କାମ କରୁନି କି କୌଣସି ସଂଶୋଧନ ହେଉନି। ଏହାକୁ କିପରି ରୋକାଯାଇ ପାରିବ ? ଏହାର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି । ଭୂସଂସ୍କାର ଆଇନ ୧୯୬୭ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏପରି ୮୮୧ ମାମଲା ବିଚାରାଧୀନ ଅଛି । ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲାପାଳଙ୍କୁ ଦିଆଯାଇଛି । ଯଦି ବିଚାର ନ ହୁଏ, ଉପ ଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରିପାରିବେ।ଏହିପରି ୧୨୨୭୯ ମାମଲା ବିଚାରାଧୀନ ଥିବା ଗୃହକୁ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି । Post navigation ଗୋ-ମାଂସ ବୋଝେଇ କଣ୍ଟେନର ଜବତ; ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀଙ୍କୁ ଆକ୍ରମଣ ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ କରାଗଲା: କୃଷ୍ଣ ଚନ୍ଦ୍ର ପାତ୍ର