୪ ଦିନ ପରେ ବି ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଯାଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା। ତାଙ୍କୁ ଉଦ୍ଧାର କରିବା ପାଇଁ ଆଜି ସାମିଲ ହୋଇଛି ରାଉରକେଲା NITର ସ୍ୱତନ୍ତ୍ର ରୋବଟ । NITର ସ୍ୱତନ୍ତ୍ର ରୋବଟ ଟିମରେ ୮ ଜଣ ଅଛନ୍ତି। ଏନଡିଆରଏଫ, ଓଡ୍ରାଫ, ନାଭାଲ ଟିମ୍ ସହ ଅଗ୍ନିଶମବାହିନୀ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି।

ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲ୍ସ କଲାବେଳେ ଖଣି ପୋଖରୀରେ ଦୁଇ ଜଣ ଯୁବକ ବୁଡିଯାଇଥିଲେ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମଙ୍କ ପତ୍ତା ମିଳିନଥିଲା। ପରେ ଏନଡିଆରଏଫ, ଓଡ୍ରାଫ, ନାଭାଲ ଟିମ୍ ସହ ଅଗ୍ନିଶମବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ୮ ଜଣିଆ NITର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି କରୁଛନ୍ତି।

By Nirvay

Leave a Reply

Your email address will not be published. Required fields are marked *