ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାରେ ଭାରତୀୟ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଥିବା କାନାଡା ସରକାର ଅଭିଯୋଗ ଆଣିଛନ୍ତି। ଭାରତ ସରକାର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟ୍ରୁଡ଼ୋ ସରକାର ସବୁ ସମର୍ଥନ ଦେବା ସହ ଭାରତ ବିରୋଧରେ ଉସୁକାଇବା ଭଳି ପଦକ୍ଷେପ ନେଇଛି। ଏହାପରେ କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର ଏବଂ କାନାଡାର ୬ କୂଟନୀତିଜ୍ଞଙ୍କୁ ଭାରତ ବହିଷ୍କାର କରିଛି ।

କାନାଡ଼ା ଭାରତୀୟ ଉଚ୍ଚାୟୁକ୍ତ ସଂଜୟ କୁମାର ବର୍ମାଙ୍କୁ ଏହାର ତଦନ୍ତ ପରିସରଭୁକ୍ତ କରିଛି। କିନ୍ତୁ କାନାଡ଼ା ନିଜ ମାଟିରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ମୁକାବିଲା କରିବାରେ ବିଫଳ ହୋଇ ଭାରତୀୟ ଅଧିକାରୀଙ୍କୁ ବିନା ପ୍ରମାଣରେ ଫସାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ଦାବି କରିଛି ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, “କାନାଡାରେ ବର୍ତ୍ତମାନର ସରକାର ତଥା ଟ୍ରୁଡୋ ସରକାରଙ୍କ ହିଂସା ଏବଂ ଚରମପନ୍ଥୀ କାର୍ଯ୍ୟକାଳାପ ବୃଦ୍ଧି ପାଉଛି । କାନାଡା ସ୍ଥିତ ଭାରତୀୟ କୂଟନୀତିଜ୍ଞଙ୍କ ଜୀବନ ପ୍ରତି ବିପଦ ରହିଛି । ବର୍ତ୍ତମାନର କନାଡା ସରକାରଙ୍କ ପ୍ରତି ବିଶ୍ବାସ ନାହିଁ । ଭାରତୀୟ କୂଚନୀତିଜ୍ଞଙ୍କ ସୁରକ୍ଷା ପାଇଁ ଟ୍ରୁଡୋ ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି । ତେଣୁ କାନାଡା ସ୍ଥିତ ଭାରତୀୟ ଦୂତାବାସକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଏହାସହିତ ହାଇକମିଶନରଙ୍କୁ ଆମେ କାନାଡାରୁ ପ୍ରତ୍ୟାହାର କରିବା ସହିତ ଅଧିକାଂଶ ଦୂତାବାସକୁ ବନ୍ଦ କରାଗଲା ।”

ସେହିପରି ନିଜାର ହତ୍ୟା ମାମଲାରେ ଭାରତକୁ ଦାୟୀ କରି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଆପଣମାନଙ୍କ ମଧ୍ୟରୁ ଅନେକ କ୍ରୋଧିତ, ବ୍ୟଥିତ ଏବଂ ଭୟଭୀତ, ମୁଁ ବୁଝିପାରୁଛି। ଏପରି ହେବା ଉଚିତ ନୁହେଁ। କାନାଡା-ଭାରତର ଏକ ଦୀର୍ଘ ଇତିହାସ ରହିଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ସମ୍ପର୍କ, ବାଣିଜ୍ୟ ଏବଂ ବ୍ୟବସାୟ ରହିଛି କିନ୍ତୁ ଆମେ ବର୍ତ୍ତମାନ ଯାହା ଦେଖୁଛୁ ତାହାକୁ ଆମେ ସହ୍ୟ କରିପାରିବୁ ନାହିଁ । ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି କାନାଡାର ସମ୍ପୂର୍ଣ୍ଣ ସମ୍ମାନ ରହିଛି ଏବଂ ଆମେ ଆଶା କରୁଛୁ ଯେ ଭାରତ ସରକାର କାନାଡା ପାଇଁ ମଧ୍ୟ ସମାନ କରିବେ। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ଭାରତ ଦ୍ୱାରା ଘୋଷିତ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ରୟାଲ କାନାଡିୟାନ ମାଉଁଟେଡ ପୋଲିସ ଦ୍ୱାରା ଏକତ୍ର କରାଯାଇଥିବା ପ୍ରମାଣର ଆଧାରରେ କରାଯାଇଥିଲା। ଭାରତରେ ଏହି ତଦନ୍ତର ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ; ୨୦୨୩ରେ ନିଜାର ହତ୍ୟା ଘଟଣା ପରେ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଜଟିଳ ହୋଇଯାଇଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୋ ସେ ସମୟରେ ଦାବି କରିଥିଲେ ‌ଯେ ଏହି ହତ୍ୟା ଘଟଣାରେ ଭାରତୀୟ ଗୁଇନ୍ଦାର ହାତ ରହିଛି। ତେବେ ଭାରତ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା। ସେବେଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ତିକ୍ତ ହୋଇଥିବାବେଳେ ଏବେ କାନାଡ଼ାର ଏଭଳି କାର୍ଯ୍ୟକଳାପ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିଦେଇଛି।

Leave a Reply

Your email address will not be published. Required fields are marked *