କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି ଦାୟୀ କଲେ ନ୍ୟାଶନାଲ ହ୍ୟୁମାନ ରାଇଟ୍ସ (ଏନଏଚଆରସି) । କିଟ୍ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ ଏନଏଚଆରସି ଟିମ୍। ଏହା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ।୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନଏଚଆରସିର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ସେ କହିଛନ୍ତି ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଇଥିଲେ କର୍ତ୍ତୃପକ୍ଷ । ସେମାନଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯାଇଥିଲା । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିଥିଲେ ୨ ଜଣିଆ ଏନଏଚଆରସି ଟିମ୍ ।

Leave a Reply

Your email address will not be published. Required fields are marked *