ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ମହାକୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ପାଇଁ ପ୍ରୟାଗରାଜ ଯାଉଥିବା ଭକ୍ତଙ୍କ ଏକ ବିଶାଳ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଅଧିକ ଆହତ ହୋଇଛନ୍ତି। ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୪ ଶିଶୁ ଅଛନ୍ତି । ଏହି ଘଟଣାଟି ୧୪/୧୫ରେ ଘଟିଥିଲା, ଯେତେବେଳେ ଯାତ୍ରୀମାନେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଏହି ଟ୍ରେନ୍ ଗୁଡ଼ିକ ଆସି ନଥିଲା, ଯାହା ଫଳରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଜମି ଯାଇଥିଲା। ଖବର ପାଇ ରେଳବାଇ ବୋର୍ଟ ଅଧ୍ୟକ୍ଷ ସତୀଶ କୁମାର ଘଟଣାର ଅନୁଧ୍ୟାନ କରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚି ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଲୋକଙ୍କ ପାଇଁ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । Post navigation ବଢ଼ିଲା କେଜ୍ରିୱାଲଙ୍କ ଅଡୁଆ, ‘ଶୀଶମହଲ’ର ତଦନ୍ତ ଆରମ୍ଭ ରାଜଧାନୀରେ ଅସୁରକ୍ଷିତ ଯୁବତୀ: ଅସଦାଚରଣ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ