new-zealand-storm-into-t20-world-cup-final
ପ୍ରଥମ ଦଳ ଭାବେ ଟି୨୦ ବିଶ୍ୱକପ୍ ୨୦୨୬ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ହରାଇ ଫାଇନାଲକୁ ଉଠିଛି କିୱି ଦଳ ।
 
ନ୍ୟୁଜଲାଣ୍ଡ ଦଳ ପ୍ରଥମ ଦଳ ଭାବେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯ ରନ୍ କରିଥିଲା । ମାର୍କୋ ଜାନସେନ୍ ଥିଲେ ଚମତ୍କାର ପ୍ରଦର୍ଶନକାରୀ, ଯିଏ ୨୮ ବଲ୍ ରେ ଅପରାଜିତ ୫୫ ରନ୍ କରି ଦକ୍ଷିଣ ଆଫ୍ରିକାକୁ ଏକ ପ୍ରତିଯୋଗିତାମୂଳକ ସ୍କୋରରେ ପହଞ୍ଚାଇଥିଲେ ।
 
ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ମାତ୍ର ୧ ୱିକେଟ ହରାଇ ୧୭୩ ରନ୍ କରି ବିଶାଳ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ ୧୦ ଚୌକା ଏବଂ ୮ ଛକା ସହାୟତାରେ ୧୦୦ ରନ୍ କରି ନଟଆଉଟ ଥିଲେ ।
 
ଅନ୍ୟତମ ଓପନର ଟିମ୍ ସେଇଫର୍ଟ ୭ ଚୌକା ଓ ୨ ଛକା ସହ ୫୮ ରନ୍ କରି ଆଉଟ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *