ପର୍ଯ୍ୟଟକ କ୍ଷେତ୍ରରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ଏଣିକି ମୟୂରଭଞ୍ଜ ଜିଲ୍ଲା, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବୃଆରୀ ପହିଲା ଠାରୁ ଲାଗୁ ହେବ ନୂଆ ନିୟମ । ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କ ଯାନବାହାନ ଓ ପର୍ଯ୍ୟଟକଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ । ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟନ ପାଇଁ ଯାଇ ପାରିବେ । ସେଥିପାଇଁ https://www.similipal.org କିମ୍ଵା https://www.ecotourodisha.com/ ପୋର୍ଟାଲରେ ପର୍ଯ୍ୟଟକ ଆବେଦନ କରିପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । Post navigation ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍: ୫ ଓ ୬ରେ କାଉଁଣ୍ଟର, ୨ରେ ଅନ୍ଲାଇନ ଟିକେଟ୍ ଚଳିତ ବର୍ଷ ସରକାର ଦେବେ ୪୦ ହଜାର ନିଯୁକ୍ତି