ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ସୂଚନା ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ ବୋଲି କହିଛନ୍ତି ମୋକିମ୍ । ସେ କହିଛନ୍ତି ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି । ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ । ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇ ସାରିଥିବ । ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ ।

ସେ ଆଉ ମଧ୍ୟ କହିଛନ୍ତି ଏହା ପୂର୍ବରୁ ଆସନ୍ତା ୧୨ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମୋକିମ ଏକ ବିଶାଳ ଯୁବ ସମାବେଶ କରିବେ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ବର୍ଗ ସାମିଲ ହେବେ । ବିଶେଷକରି ଉପକୂଳ ଓଡ଼ିଶାର ଯୁବବର୍ଗ ସାମିଲ ହେବେ । ଏହି ସମାବେଶରେ ମୋକିମ ନିଜର ପତିଆରା ଦେଖାଇବେ କରିବେ । ପରବର୍ତ୍ତୀ ସମୟରେ ଚାଷୀ ଏବଂ ମହିଳା ସମାବେଶର ମଧ୍ୟ ଆୟୋଜନ କରାଯିବ । ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ । ମାର୍ଚ୍ଚ ମାସ ସୁଦ୍ଧା ଏକ ନୂଆ ଦଳ ମୁଣ୍ଡ ଟେକିବ ବୋଲି ମୋକିମ ସ୍ପଷ୍ଟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *