ରାଜଧାନୀରେ ନିର୍ମାଣ ହେବ ନୂଆ ଓଭର ବ୍ରିଜ। ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ନୂଆ ଓଭରବ୍ରିଜ ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଥିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ଭୁବନେଶ୍ଵରରେ ବର୍ତ୍ତମାନ ଦେଖା ଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଉଛୁ । ଲୋକମାନେ ଯେମିତି ଅଧିକ ବସର ବ୍ୟବହାର କରିବେ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି ଏହା ସହ ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଓ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି । ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। Post navigation ଜାତୀୟ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଯୁବ ସମାଜକୁ ଆହ୍ୱାନ ସାତକୋଶିଆ ରେଞ୍ଜରେ କୁମ୍ଭୀର ଗଣନା ଶେଷ; ୧୯ଟି କୁମ୍ଭୀର ଠାବ