ଜାନୁଆରୀ ୧ ରୁ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରରେ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପରୀକ୍ଷା ମୂଳକ ଭାବେ ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଟ୍ରାଏଲ ରନ୍ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ନୀତି ଓ ଭିଡ ନିୟନ୍ତ୍ରଣ ଉପରେ ଏହାର ପ୍ରଭାବ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସେ ବିଷୟରେ ଆଲୋଚନା ହୋଇଥିବା ପାଢ଼ୀ କହିଛନ୍ତି । ଶନିବାର ଦିନ ମୁଖ୍ୟ ପ୍ରଶାସକଙ୍କ ସହ ଏହି ସମ୍ପର୍କରେ ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସମୀକ୍ଷା କରିଥିଲେ । Post navigation ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଢ଼ିବ ନାହିଁ ବିଜୁଳି ଦାମ୍, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ