ନୂଆ ବିଜେଡି ଗଠନର ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି । ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ଆଗକୁ ଆହୁରି ନେତା ଓ କର୍ମୀ ଦଳଠାରୁ ଦୂରେଇ ଯିବେ।

ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର ଶତପଥୀ । ସେ କହିଛନ୍ତି ତଥାଗତ ଜଣେ ଅଭିଜ୍ଞ ଲୋକ, ସେ ଯଦି କହିଛନ୍ତି ଭାବିଚିନ୍ତି କହିଥିବେ ।ବିଜେଡ଼ିରେ ଏକନାଥ ସିନ୍ଦେ ଗୋପରେ ବଢ଼ୁଛନ୍ତି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ସବୁ ଜିନିଷ ର ଏକ୍ସପାରୀ ଡେଟ ଥାଏ। ଔଷଧର ଏକ୍ସପାରୀ ଡେଟ ଗଲା ପରେ ତାହା କାମ କରେନି। ବିଜେଡ଼ିର ବି ଏକ୍ସପାରୀ ଡେଟ ପଳାଇଲାଣି।

ଏହା ସହ ବିଜେଡ଼ିର ଦୁଇ ବରିଷ୍ଠ ନେତା ଏମ୍. ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକାଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖି ଅମର ଶତପଥୀ କହିଛନ୍ତି । ଦଳ ନିର୍ଦ୍ଦିଷ୍ଟ ନୀତି ଓ ବିଚାର ଉପରେ ଦଳ ଆଧାରିତ ନହେଲେ ସମୟ କ୍ରମେ ଲୋକେ ଆମଠାରୁ ଦୂରେଇ ଯିବେ। କେବଳ ରାୟଗଡ଼ାରେ ନୁହେଁ ଏହା ସାରା ରାଜ୍ୟରେ ବ୍ୟାପିଯିବ। ଲୋକଙ୍କ ଭରସା ଆଉ ପାଉ ନାହିଁ । ଯଦି ଭୁଲକୁ ନ ସୁଧାରିବେ ଏହା ସାରା ଓଡ଼ିଶାରେ ଦେଖାଯିବ । ଲୋକଙ୍କ ଆସ୍ଥା, ଅନାସ୍ଥାରେ ପରିବର୍ତ୍ତନ ହୋଇଯିବ ।

Leave a Reply

Your email address will not be published. Required fields are marked *