୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ଆସିଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ନୂତନ ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୬ ବର୍ଷ ଧାର୍ଯ୍ୟ ହୋଇଛି । ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରାଥମିକ ସ୍କୁଲରେ ଖୋଲିବ ପ୍ରି ସ୍କୁଲ୍ ବା ଶିଶୁ ବାଟିକା । ଶିଶୁ ବାଟିକା ପାଇଁ ବୟସ ୫ ରୁ ୬ ବର୍ଷ ହୋଇଥିବା ଆବଶ୍ୟକ । ପୂର୍ବରୁ ଏହି ନୂଆ ଶିକ୍ଷାନୀତିର ଅନୁପାଳନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି । Post navigation ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରତାପ କେଶରୀ ଦେବ ବିଜେଡି ସାଂଗଠିନକ ନିର୍ବାଚନର ନିର୍ବାଚନ ଅଧିକାରୀ ନିଯୁକ୍ତ