ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା। ବାଲେଶ୍ବର ବାଲିଆପାଳ ରେମୁ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା ଯୋଗୁଁ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ସିଂଙ୍କ ମାସକର ଦରମା ବନ୍ଦ କଲା ଜିଲ୍ଲା ପ୍ରଶାସନ। ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନା ଅଧୀନ ସମସ୍ତ ସୁବିଧା ଯୋଗାଇବାର ପ୍ରତିବଦ୍ଧତାକୁ ସୁଦୃଢ କରିବା ଏବଂ ଆବେଦନ ଫର୍ମ ବଣ୍ଟନରେ କୌଣସି ତ୍ରୁଟିକୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ; ‘ସୁଭଦ୍ରା’ ଯୋଜନା ପାଇଁ ସେପ୍ଟେମ୍ବର ୧ ତାରିଖଠାରୁ ଆବେଦନ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆତ୍ମନିର୍ଭର, ସଶକ୍ତ ଓ ସମୃଦ୍ଧି କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟସରକାର । Post navigation ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ: ଗଣେଶରାମ ସିଂ ଖୁଣ୍ଟିଆ ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍