NTA ପକ୍ଷରୁ ପ୍ରକାଶ ପାଇଥିବା ନିଟ୍ ୟୁଜି ପରୀକ୍ଷାରେ ସହର ଓ ସେଣ୍ଟର ଭିତ୍ତିରେ ରେଜଲ୍ଟ ପ୍ରକାଶ ପରେ ୧୧ ହଜାର ପିଲା ରଖିଛନ୍ତି ଶୂନରୁ କମ୍‌ ମାର୍କ କିମ୍ବା ନେଗେଟିଭ ମାର୍କ ।

ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଅପଲୋଡ କରିବାପରେ ଦେଖିବାକୁ ମିଳିଛି ବିହାର ଜଣେ ପରୀକ୍ଷାର୍ଥୀଙ୍କୁ ମିଳିଛି ସର୍ବନିମ୍ନ ମାଇନସ୍‌ ୧୮୦ ମାର୍କ । ୮୧ ହଜାର ପିଲା ୬୦୦ରୁ ଊର୍ଦ୍ଧ୍ବ ମାର୍କ ସ୍କୋର କରିଥିବା ସୂଚନା । ୨୩ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩.୪୯% ପିଲା ୬୦୦ରୁ ଊର୍ଦ୍ଧ୍ବ ରଖିଛନ୍ତି । ଯାହା ବିଗତ ବର୍ଷ ତୁଳନାରେ ଢ଼େର ଅଧିକ ବୋଲି ସ୍ପଷ୍ଟ ହୋଇଛି । ୨୦୨୩ ବର୍ଷରେ କେବଳ ୨୯,୩୫୧ ପିଲା ୬୦୦ ମାର୍କ ଟପିଥିଲେ ।୨୦୨୨ ବର୍ଷରେ ୬୦୦ ମାର୍କ ଟପିଥିଲେ କେବଳ ୨୧,୧୬୪ ପିଲା । ସହର ଭିତ୍ତିକ ରେଜଲ୍ଟରେ ୧୦୦ଟି ସେଣ୍ଟର ରେଜଲ୍ଟ ହାର ୩ ଗୁଣା ବଢ଼ିଛି । ପ୍ରାୟ ୧ ଲକ୍ଷ MBBS ସିଟ୍‌ରେ ନାମଲେଖା ପାଇଁ ଲାଗି ରହିଛି ବିବାଦ ।

Leave a Reply

Your email address will not be published. Required fields are marked *