ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ଆଜି ସିବିଆଇ ବିହାର ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ ନାମକ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ପରେ ଏମାନଙ୍କୁ କୋର୍ଟର ହାଜର କରିଛି ସିବିଆଇ। ସୂଚନା ଅନୁସାରେ ମନୀଷ ପ୍ରକାଶ, ଆଶୁତୋଷ ସହାୟତାରେ, ବିହାର ପାଟନାରେ ଥିବା ଲର୍ନ ପ୍ଲେ ସ୍କୁଲର ଏକ ବଏଜ୍ ହଷ୍ଟେଲରେ ପ୍ରାର୍ଥୀ ଯୋଗାଡ଼ କରି ନୀଟ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମେ ୪ ତାରିଖରେ ପ୍ରଶ୍ନପତ୍ର ଓ ଉତ୍ତର ଦେଇଥିଲା। ଗୋଟିଏ ରାତି ପାଇଁ ଏହି ସ୍କୁଲ୍କୁ ବୁକ୍ କରାଯାଇଥିଲା। ତଦନୁ ବେଳେ ସ୍କୁଲ୍ରୁ ନୀଟ ପରୀକ୍ଷା ପ୍ରଶ୍ନପତ୍ର ଅଧାପୋଡ଼ା ଅବସ୍ଥାରେ ମିଳିଛି। ଏହି ମାମଲାରେ ଆଶୁତୋଷ ଓ ମନୀଷଙ୍କୁ ପଚରାଉଚରା ପରେ ସିବିଆଇ ଦୁଇ ଜଣଙ୍କୁ ଗିରଫ କରିଛି। Post navigation ବିଜେଡି ଗୋଟିଏ ବି ଏମ୍ପି ସିଟ୍ ରଖିପାରିଲାନି, ଆମେ ଜିତିଲୁ: ଶରତ ପଟ୍ଟନାୟକ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ