ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ପୁନଃ ନିଟ-ୟୁଜି ପରୀକ୍ଷା ହେବନି ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ IIT ମାଡ୍ରାସଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ। ତେଣୁ ପୁନଃ ନିଟ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ।

ସୂଚନାଯୋଗ୍ୟ, ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନଟିଏ ତରଫରୁ ଗ୍ରେସ ମାର୍କ ଭଳି ପଏଣ୍ଟର ଉତ୍ତରକୁ କେହି ଗ୍ରହଣ କରିପାରି ନଥିଲେ। ଏନଟିଏ ବିରୋଧରେ ସାରା ଦେଶରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାକୁ ନେଇ କିଛି ପରୀକ୍ଷାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *