ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିଲା ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ । ୨୦୧୬ରେ ଆର୍ମିରେ ନାଏବ ସୁବେଦାର୍ ଭାବେ ଯୋଗ ଦେଇଥିଲେ ନୀରଜ । ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ନୀରଜଙ୍କ ନିଯୁକ୍ତି ୧୬ ଏପ୍ରିଲ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି। ନୀରଜଙ୍କୁ ଭାରତର ଟେରିଟୋରିଆଲ୍ ଆର୍ମି ରେଗୁଲେସନ୍ସ, ୧୯୪୮ର ପାରା-୩୧ ଅଧୀନରେ ସାମିଲ କରାଯାଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ; ପୂର୍ବରୁ ୨୬ ଅଗଷ୍ଟ ୨୦୧୬ରେ ଭାରତୀୟ ସେନାରେ ନୀରଜଙ୍କୁ ନାଏବ ସୁବେଦାର ପଦବୀରେ ଜୁନିଅର କମିଶନଡ୍ ଅଫିସର ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହିପରି ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାଭେଲିନ୍ ଥ୍ରୋରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ ନୀରଜ ଟୋକିଓ ଅଲିମ୍ପିକ୍ସ ୨୦୨୧ ରେ ସ୍ୱର୍ଣ୍ଣ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ୨୦୨୧ ମସିହାରେ ଖେଳରତ୍ନ ଏବଂ ବିଶେଷ ସେବା ପଦକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨୦୨୨ ମସିହାରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ଶାନ୍ତିକାଳୀନ ପଦକ, ପରମ ବିଶେଷ ସେବା ପଦକରେ ସମ୍ମାନିତ ହେବାର ଦୁଇ ବର୍ଷ ପରେ, ତାଙ୍କୁ ସୁବେଦାର ମେଜର ପଦବୀକୁ ଉନ୍ନୀତ କରାଯାଇଥିଲା । ୨୦୨୨ରେ, ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । Post navigation ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍ ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି