ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେପି ନେତା ନୟାବ ସିଂ ସୈନି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି। ପଞ୍ଚକୁଲାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ବିଜେପି ଏବଂ ସହଯୋଗୀ ଦଳ ଦ୍ୱାରା ଶାସିତ ରାଜ୍ୟର ୧୬ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ସାମିଲ ହୋଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୧୩ ଜଣ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ।

୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଲଗାତର ତୃତୀୟ ଥର ପାଇଁ କ୍ଷମତା ହାସଲ କରିଥିଲା ବିଜେପି। ହରିୟାଣା ବିଧାନସଭା ନିର୍ବାଚନରେ ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସିନରେ ବିଜୟୀ ହୋଇଥିଲା। ଏହାପରେ ନାଏବ ସିଂ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *