ପ୍ରଥମ ଥର ପାଇଁ ପାଣ୍ଡିଆନ୍ ଗୋବ୍ୟାକ୍ ନାରାରେ ଗର୍ଜିଲା ନବୀନ ନିବାସ। ନବୀନ ନିବାସରେ ପହଞ୍ଚି ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ କହି ଗର୍ଜିଛନ୍ତି ମୁନା ଖାନ୍ଙ୍କ ମୁସଲିମ ସମର୍ଥକମାନେ । ତୁରନ୍ତ ସସ୍ମିତ ପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପାଇଁ ଦାବି କରିବା ସହ ପ୍ରଚ୍ଛଦପଟରେ ପାଣ୍ଡିଆନ୍, ତାଙ୍କୁ ଓଡ଼ିଶାରୁ ବିଦା କର ଦାବି କରିଛନ୍ତି । ୱକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଆଜି ବିଜେଡି ସାଂସଦ ଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟସଭାରେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିସହ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳର ସୁପ୍ରିମୋଙ୍କୁ ଫେରାଦ ହୋଇଛନ୍ତି । ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ସଂଖ୍ୟାଲଘୁଙ୍କ ସ୍ବାର୍ଥ ରକ୍ଷା ବିଜେଡିର ପ୍ରାଥମିକତା । ବିଜେଡି ଏକ ଧର୍ମନିରପେକ୍ଷ ଦଳ ।ରାଜ୍ୟସଭାରେ ଯାହା ଘଟିଛି ଅନୁଧ୍ୟାନ କରିବି । ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବି । ଏହା ପରେ ସମର୍ଥକଙ୍କ ସହ ନବୀନଙ୍କୁ ଭେଟି ଫେରିବା ବେଳେ ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି ଦେଇଥିଲେ । ଏହା ସହ ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦର ନାରା ଦିଆଯାଇଥିବା ଦେଖା ଯାଉଛି। ସେହିପରି ନବୀନଙ୍କୁ ଭେଟିବା ପରେ ସାଂସଦ ମୁନ୍ନା ଖାଁ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟସଭାରେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କଲି । ଖୁବ୍ ଶୀଘ୍ର ସମାଧାନ କରିବେ କହିଛନ୍ତି ସଭାପତି । ମୁଁ ମୋ ଡ୍ୟୁଟି ଠିକ୍ ଭାବେ କରିଛି । ସସ୍ମିତଙ୍କ ନିଲମ୍ବନ ପାଇଁ ସମସ୍ତେ ଦାବି କରିଛନ୍ତି । ଶୀଘ୍ର ତଦନ୍ତ କରି ନିଷ୍ପତ୍ତି ନେବେ ବୋଲି ସଭାପତି କହିଛନ୍ତି । ଏହା ପୂର୍ବରୁ ମୁନା ଖାଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସାଂସଦ ସସ୍ମିତ ପାତ୍ରଙ୍କ ଉପରେ ଖୁବ୍ ବର୍ଷିଥିଲେ । ସେ କହିଛନ୍ତି ଯେ ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ । ୱକଫ୍ ସଂଶୋଧନ ବିଲକୁ ବିରୋଧ କରିବା ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ । ଯେତେବେଳେ ବିଲ୍ ସଂସଦରେ ଆସିଲା ସେତେବେଳେ ମୁଁ ବିଲକୁ ବିରୋଧ କରିଥିଲି । କିନ୍ତୁ ସନ୍ଧ୍ୟା ବେଳକୁ ସସ୍ମିତ ପାତ୍ର ବିବେକ ଅନୁସାରେ ଭୋଟ୍ ଦେବାକୁ ଟ୍ୱିଟ୍ କଲେ । ସଂସଦରେ ଯେଉଁ କୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆ ହୁଏ । କିନ୍ତୁ ବିବେକାନୁଗତିତରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ କିମ୍ବା ମୁଁ ଜାଣି ନାହିଁ । କିନ୍ତୁ ଟ୍ୱିଟ୍ କଲା ପରେ ମୁଁ ତାଙ୍କୁ ପାଇଲି ନାହିଁ । ଏହା ବହୁତ ଦୁଃଖର କଥା । ଏହା ଦଳ ସହିତ ଅଳ୍ପସଂଖ୍ୟକ ଭାଇମାନଙ୍କୁ ଗଭୀର ଆଘାତ ଦେଇଛି । ସେ ଆହୁରି କହିଛନ୍ତି, ସେବେଠାରୁ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ ଯୋଗାଯୋଗ ହୋଇପାରି ନାହିଁ । କାହିଁକି ଏପରି କଲେ ତାହାର ଜବାବ କେବଳ ସେ ହିଁ ଦେଇପାରିବେ । କିନ୍ତୁ ନବୀନ ପଟ୍ଟନାୟକ ଏ କଥା କହି ନ ଥିବେ । ସେଦିନ କଣ କଣ ହୋଇଥିବା ସେ ସମସ୍ତ କଥା ସୁପ୍ରିମୋଙ୍କୁ ଜଣାଇବେ । ସଭାପତି ହିଁ ସମସ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ପଳାନ୍ତୁ, କିନ୍ତୁ ଦୋମୁହାଁ ନୀତି ଚଳିବନି । ଯେଉଁ ଲୋକଙ୍କ ଆତ୍ମା ଡାକୁଛି ବିଜେପିକୁ ଭୋଟ୍ ଦେବାକୁ ସେମାନେ ବିଜେପିକୁ ଯାଉନାହାନ୍ତି କାହିଁକି Post navigation ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ ବଢ଼ିଲା ଏଲପିଜି ଗ୍ୟାସ ଦର