ବର୍ଷ ୨୦୨୪କୁ ସବୁଦିନ ଲୋକେ ମନେରଖିବେ ଅସମ୍ଭବ ପରି ଲାଗୁଥିବା କଥା ସମ୍ଭବ ହୋଇଗଲା। ଖୁବ କମ ଲୋକ ଅନୁମାନ କରିଥିଲେ ଯେ, ବିଜୁ ଜନତା ଦଳ କ୍ଷମତା ହରାଇବ । ଭାରତୀୟ ଜନତାପାର୍ଟି କ୍ଷମତାକୁ ଫେରିବ । ମୋହନଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବେ। ପ୍ରକୃତରେ ୨୦୨୪ ଥିଲା ରୂପାନ୍ତରଣର ବର୍ଷ। ମେଣ୍ଟ ଭାଙ୍ଗିବା ପରେ ବି ନବୀନ ପଟନାୟକଙ୍କ ଆଣ୍ଟ ୨୦୦୯ରେ ବଜାୟ ରହିଥିଲା । ପରପର ତିନିଟି ନିର୍ବାଚନରେ ପରିବର୍ତ୍ତନ ପ୍ରଚାରକୁ ନଷ୍ଟ କରିବାରେ ସଫଳ ହୋଇଥିଲେ ନବୀନ ପଟନାୟକ । ଆସନ କମିବା ପରିବର୍ତ୍ତେ ବଢ଼ୁଥିଲା । ବିରୋଧୀ ଦଳ ଦୂର୍ବଳ ହୋଇପଡିଥିଲା। ୨୦୧୪ ଏବଂ ୨୦୧୯ରେ ମୋଦୀ ହାଓ୍ବାକୁ ସଫଳତାର ସହ ରୋକି ପାରିଥିଲେ ନବୀନ । କିନ୍ତୁ ୨୦୨୪ରେ ମୋଦୀଙ୍କ ସ୍ବପ୍ନ ୪୦୦ ପାର ଭାଙ୍ଗିଗଲା ବେଳେ ଓଡ଼ିଶାରେ ନବୀନ ପଟନାୟକଙ୍କ ରେକର୍ଡ କରିବା ସ୍ବପ୍ନ ମଧ୍ଯ ଭାଙ୍ଗିଗଲା । ଓଡ଼ିଶାର ମୋଦୀଙ୍କୁ ଅଭୃତ ପୂର୍ଣ୍ଣ ସମର୍ଥନ ମିଳିଲା । ନବୀନଙ୍କ ବିଜୁ ଜନତା ବଦ ହାରିଲା କାହିଁକି ? ନବୀନ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କାହିଁକି ହୋଇପାରିଲେ ନାହିଁ ? କେବେ ବି ହାରିନଥିବା ନବୀନ କଣ୍ଟାବାଞ୍ଜିରୁ ଏତେ ଭୋଟ ବ୍ୟବଧାନରେ କେମିତି ହାରିଲେ ? ଏଥିପାଇଁ କ’ଣ କେବଳ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦାୟୀ ? ନବୀନ ଯେଭଳି ପାଣ୍ଡିଆନଙ୍କୁ ଆଖି ବୁଝି ବିଶ୍ଵାସ କରୁଥିଲେ, ଠିକ ସେମିତି ପାଣ୍ଡିଆନ ବିଶ୍ଵାସ କରୁଥିଲେ କୁଟେଙ୍କୁ । ପ୍ରତିପକ୍ଷଙ୍କୁ ଗୋଇନ୍ଦା ନଜରରେ ରଖିବା, ଫୋନ ଟ୍ୟାପ କରିବା,ଧମକ ଚମକ ଦେବା ଏବଂ ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଦାୟିତ୍ଵ କୂଟେଙ୍କ ଉପରେ ଥିଲା ବୋଲି କୁହାଯାଉଛି । କୂଟେଙ୍କର ଦୁଇ ସହଚର ଥିଲେ ନଗେନ ଓ ଗଡନାୟକ । ଏକ କୁଇକ ଆକସନ୍ ଫୋର୍ସ ବା କ୍ରାଫ୍ ଗଢା ହୋଇଥିଲା ବିଜଦ ୬ଷ୍ଠ ନିର୍ବାଚନା ସଫଳତା ଦେବା ପାଇଁ । ଏଥିରେ କାର୍ଯ୍ୟରତ ଏସିପି,ଢିସିପି ଏବଂ ଅବସର ଗ୍ରହଣ କରିଥିବା ଫୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ନିର୍ବାଚନୀ ହେରଫେର କରିବା, ବିରୋଧୀ ପ୍ରତିପକ୍ଷଙ୍କୁ ଡରେଇବା ଏସବୁ କାମ ଥିଲା କ୍ୟୁଫର୍ । ନଗେନ ଏବଂ ଗଡନାୟକ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ରିପୋର୍ଟ ଦେଉଥିଲେ କୁଟେଙ୍କୁ। କୁଟେ ସେହି ରିପୋର୍ଟକୁ ଦାଖଲ କରୁଥିଲେ ପାଣ୍ଡିଆନଙ୍କ ନିକଟରେ। ଏହାକୁ ଆଧାର କରି ପାଣ୍ଡିଆନ ନବୀନଙ୍କୁ ବିଳୟ ସମ୍ଭାବନାର ଏକ ଉଜ୍ଜ୍ଵଳ ଚିତ୍ର ଦେଇଆସୁଥିଲେ । ଯେଉଁ ଆଭ୍ୟନ୍ତରୀଣ ସର୍ଭେ ନଗେନ ଏବଂ ଗଡନାୟକଙ୍କ ସୌଜନ୍ୟରେ କରାଯାଇଥିଲା ସେଥିରେ ବିଜଦର ବିପୁଳ ବିଜୟ ଘଟିବ ବୋଲି ଦର୍ଶାଯାଇଥିଲା। କେଉଁମାନଙ୍କର ଟିକଟ କଟାଯିବ ତାହା ମଧ୍ଯ କୁଟେ ବାହିନୀ ସ୍ଥିର କରିଥିଲେ । ନବୀନଙ୍କ ଫିଜିଓ ଓ ଯେଉଁ ଦୁଇଟି ସର୍ଭେ ସଂସ୍ଥାକୁ ନିୟୋଜିତ କରିଥିଲେ, ତାହା ମଧ୍ୟ ପାଣ୍ଡିଆନ ଏବଂ କୁଟେଙ୍କ ଅନୁମୋଦନ ପାଇଥିଲା ବୋଲି କୁହାଯାଉଛି। ଦୁଇ ହରିୟଣା ସଂସ୍ଥାକୁ ବିପୁଳ ଅର୍ଥ ଦିଆଯାଇଥୁଲା। ବିଜଦର ଆଭ୍ୟନ୍ତରୀଣ ରିପୋର୍ଟ ସହ ଖାପ ଖାଇଯାଉଥିଲା ବାହାରୁ ନିୟୋଜିତ ସଂସ୍ଥାର ସର୍ଭେ ରିପୋର୍ଟ।ତେଣୁ ନବୀନ ଏବଂ ପାଣ୍ଡିଆନ ଉଭୟେ ଧରି ନେଇଥିଲେ ଯେ, ୧୧୭ ଆସନରେ ବିଳଦ ବିଜୟୀ ହେବ। Post navigation ମୋଦୀଙ୍କ ଚର୍ଚ୍ଚା ପରେ କି ଟ୍ରେନିଂ ଦେବେ ଶାହ ରାଜଧାନୀରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ