ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ସଂପର୍କିତ ବୈଠକରେ ଯୋଗଦେବେ ନାହିଁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। କିନ୍ତୁ ଲିମିଟେସନ ମିଟିଂରେ ନବୀନଙ୍କ ପ୍ରତିନିଧି ଭାବେ ଯୋଗ ଦେବା ପାଇଁ ବିଜେଡିର ୨ ବରିଷ୍ଠ ନେତାଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ୨୨ ତାରିଖରେ ଚେନ୍ନାଇରେ ହେବାକୁଥିବା ସୀମା ପୁନଃ ନିର୍ଦ୍ଧାରଣ ସଂପର୍କିତ ବୈଠକରେ ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମା ନବୀନଙ୍କ ପ୍ରତିନିଧି ଭାବେ ଯୋଗଦେବେ । ଯାହାକୁ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ; ସୀମା ନିର୍ଦ୍ଧାରଣକୁ ନେଇ ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । ବୈଠକକୁ ଯିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବୈଠକରେ ନବୀନ ପଟ୍ଟନାୟକ ନିଜେ ନ ଯାଇ ତାଙ୍କ ପ୍ରତିନିଧି ଭାବେ ବିଜେଡିର ୨ ବିରଷ୍ଠ ନେତାକୁ ପଥେଇବେ ବୋଲି ଜଣାପଡିଛି । ଚେନ୍ନାଇରେ ହେବାକୁ ଥିବା ଏହି ବୈଠକରେ ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ ରାଜ୍ୟ ଏଥିରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *