ଅସହାୟ ପରିବାରକୁ ସହାୟ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ମୃତ ସଫେଇ କର୍ମଚାରୀ ନେତା ସହଦେବ ନାୟକଙ୍କ ପରିବାରକୁ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ସହଦେବଙ୍କ ପରିବାରକୁ ନବୀନ ୫୦ ହଜାର ଟଙ୍କା ନଗଦ ପ୍ରଦାନ କରିବା ସହ ତାଙ୍କ ଦୁଇ ଝିଅଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି ।
ସହଦେବ ନାୟକଙ୍କ ପତ୍ନୀ ଓ ଦୁଇ ଝିଅ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଶାସ୍ତି ଦାବି ଜଣାଇଛନ୍ତି ।