Naveen Slams Odisha Govt Over Rising Crimes Against Women
ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନାରୀ ସୁରକ୍ଷା ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ୱୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି । ସବୁଆଡ଼େ ଅରାଜକତା, ସବୁଠି ମା’ଭଉଣୀ ଅସୁରକ୍ଷିତ ।
 
ନାବାଳିକାଙ୍କଠୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ସୁରକ୍ଷିତ ନାହାନ୍ତି । ବାରମ୍ବାର ଦୁଷ୍କର୍ମ ପରି ହୀନ ଘଟଣା ଘଟୁଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅପରାଧୀଙ୍କ ସାହସ ବଢ଼ୁଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।
 
ନାରୀଙ୍କ ସୁରକ୍ଷା ନେଇ ସରକାର ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ନବୀନ କହିଛନ୍ତି । ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହେବା ଉଚିତ୍ ବୋଲି ସେ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *