ଆଜି ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା । ଆଜି ମହାମାୟାଙ୍କ ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲୁଛନ୍ତି ବିଜେଡ ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ରାଜଧାନୀ । ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ସେହି ନିମନ୍ତ୍ରଣ ରକ୍ଷା କରି ନବୀନ ଆଜି ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି।
ଆଜି ପ୍ରଥମେ ନବୀନ ପଟ୍ଟନାୟକ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ୧୧ଟା ୩ ମିନିଟରେ ସହିଦନଗର ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ । କଡା ସୁରକ୍ଷା ବଳୟରେ ନବୀନ ଯାଇ ଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଛନ୍ତି ।