ଆଜିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶଙ୍ଖ ଭବନରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୨ ମାସ ଯାଏଁ ଚାଲିବ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ବିଜେଡିର ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ମନ୍ତବ୍ୟ ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆମ ସରକାର କରିଥିବା କାମ ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ବିଜେଡି ସରକାରଙ୍କ କାମ ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ମଧ୍ୟ ଆମର ଅନେକ ଯୋଜନା ଆଡପ୍ଟ କରିଛନ୍ତି । ବର୍ତ୍ତମାନ ଦଳରେ ମୋଟ୍ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ୪ ଲକ୍ଷ ରହିଛନ୍ତି।

ନବୀନ ପଟ୍ଟନାୟକ ଆଉ ମଧ୍ୟ କହିଛନ୍ତି ବିକାଶ, କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେନି । ବିଜେଡି ଓଡ଼ିଶାର ନମ୍ବର ୱାନ୍‌ ଦଳ, ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଥିଲୁ । ସଦସ୍ୟତା ଅଭିଯାନ ଗୋଟେ ରାଜନୈତିକ ଦଳ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଦଳକୁ ଅଧିକ ମଜବୁତ କରେ । ମୁଁ ଚାହେଁ ଆମ ଦଳର ସକ୍ରିୟ ସଦସ୍ୟମାନେ ପ୍ରତି ଘରକୁ ଯାଆନ୍ତୁ । ଆମ ସରକାର ସମୟର କାମକୁ ପ୍ରତି ଘରେ, ଦେଶ ଓ ବିଦେଶରେ ପହଞ୍ଚାନ୍ତୁ । ବିଦେଶରେ ଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି ବିଜେଡିର ସଦସ୍ୟତା ଅଭିଯାନରେ ସାମିଲ ହୁଅନ୍ତୁ । କିଛି ଲୋକ ମିସ୍‌ କଲ ମାରି ସଦସ୍ୟ ସଂଗ୍ରହ କରିଛନ୍ତି । ଏହି ଅଭିଯାନ ଆଗାମୀ ଦୁଇ ମାସ ଧରି ଫିଜିକାଲି ଓ ଡିଜିଟାଲି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply

Your email address will not be published. Required fields are marked *