ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବକୁ ଲାଗିଛି । ସେହି ଭିଡ଼ିଓକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ତାଙ୍କ ସୋଶାଲ ମିଡଆ ଏକ୍ସରେ ଉକ୍ତ ଭିଡିଓକୁ ପୋଷ୍ଟ କରି ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି। ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି, ଷ୍ଟେଜରେ ଭାଷଣ ଦେବା ବେଳେ ନବୀନଙ୍କ ହାତକୁ ବି ନିୟନ୍ତ୍ରଣ କରୁଛନ୍ତି ପାଣ୍ଡିଆନ। ସଭାରେ ନବୀନଙ୍କ ପାଖରେ ମାଇକ ଧରି ଛିଡ଼ା ହେବା ସହ ନବୀନଙ୍କ ହାତକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ତାମିଲନାଡ଼ୁରୁ ଆସିଥିବା ଜଣେ ପୂର୍ବତନ ବ୍ୟୁରୋକ୍ରାଟ୍ କିଭଳି ବର୍ତ୍ତମାନ ନିୟନ୍ତ୍ରଣ କରୁଛନ୍ତି, ତାହା ଦେଖି ଓଡ଼ିଶାର ଭବିଷ୍ୟତ କଥା ଭାବି ମୁଁ ଶିହରୀ ଯାଉଛି । ଓଡ଼ିଶାବାସୀଙ୍କୁ ସୁଶାସନ ଦେବାକୁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛନ୍ତି ହିମନ୍ତ। ସୁଛନାମୂତବକ, ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଏକ ଭିଡ଼ିଓ ଚାରିଆଡ଼େ ଭାଇରାଲ ହେବାକୁ ଲାଗିଛି ଭିଡିଓଟିରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଥରୁଛି। ତାଙ୍କ ପାଇଁ ମାଇକ ଧରି ଛିଡ଼ା ହୋଇଥିବା ଭି.କେ ପାଣ୍ଡିଆନ ତାହା ଦେଖିପାରିଛନ୍ତି। ତାଙ୍କ ଭାବଭଙ୍ଗୀ ଦେଖି ଲାଗୁଛି, ସେ ଚାହୁଁଛନ୍ତି ଲୋକେ ଯେମିତି ନବୀନଙ୍କ ଥରୁଥିବା ହାତଟିକୁ ନ ଦେଖନ୍ତୁ। ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି। ଆଉ ମଉକା ଦେଖି ନବୀନଙ୍କ ଥରୁଥିବା ହାତଟିକୁ ପାଣ୍ଡିଆନ ଭିଡ଼ି ନେଉଛନ୍ତି, ଯେମିତି କେହି ନଦେଖିପାରିବେ। କିନ୍ତୁ ସେହିସମୟର ଭିଡିଓ ଭାଇରାଲ ହୋଇଯାଇଛି । Post navigation ଇଭିଏମ ଭାଙ୍ଗିବା ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ୍