ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ପହଞ୍ଚିଛନ୍ତି। ଯାହା ପରେ ନବୀନ ପଟ୍ଟନାୟକ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ ।

ରାଜ୍ୟ ରାଜନୀତିରେ ୨୪ ବର୍ଷ ପରେ ଦେଖିବାକୁ ମିଳିଛି ପରିବର୍ତ୍ତନ । ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ହାତରୁ କ୍ଷମତା ଛଡ଼ାଇ ନେଇଛି ବିଜେପି । ଚଳିତବର୍ଷ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ଆସନରେ ବସିବାକୁ ଯାଉଛନ୍ତି। ରାଜନୀତିର ଅନେକ ରୋଚକ ଦୃଶ୍ୟ ଏଥର ଓଡ଼ିଶା ଦେଖିବାକୁ ଯାଉଛି। ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନରେ ସବୁବେଳେ କ୍ଷମତାରେ ରହିଆସିଥିଲେ କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ସେ କ୍ଷମତା ବାହାରେ ରହିବେ ଓ କ୍ଷମତାର ରେ ଥିବା ଦଳକୁ ଟକ୍କର ଦେବେ।

ଜୁନ ୧୯ ତାରିଖରେ ବିଜୁ ଜନତା ଦଳର ବିଧାୟକ ବୈଠକ ବସିବ। ଯେଉଁଠି ନବୀନଙ୍କୁ ବିରୋଧୀ ଦଳ ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *