ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକକୁ ପରେ ଜନଜାଗରଣ ଅଭିଯାନକୁ ଶଙ୍ଖଭବନରେ ସମ୍ବୋଧିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ ବଡ Advertisement ରେ ବିକାଶ ଆସେ ନାହିଁ ।

ନବୀନ ଆଉ ମଧ୍ୟ କହିଛନ୍ତି ଆମ ସରକାର ସମୟରେ ଓଡିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି । ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । Health System ପୁରା Collapse କରିଛି । Out of 30 Districts, CDMO post is vacant in 19 Districts. This is the success of the present Government.

ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ Empower ହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି Movement କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ । ମା’ ମାନଙ୍କ Self confidence ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି Movement ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ Empowerment ରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ ।

Election ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ Agricultural Loan ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ Irrigation ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର । କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।

୨୦୦୦ ରେ ବିଜେଡି ସରକାର ଦାୟୀତ୍ୱ ନେବା ସମୟରେ ଓଡିଶାର Loan burden ଥିଲା ୧୮ ହଜାର କୋଟି । Over Draft ରେ ସରକାର ଚାଲିଥିଲା । ୨୦୨୪ ରେ ଆମେ ଦାୟୀତ୍ୱ ଛାଡିବା ବେଳେ Government Treasy ରେ Surplus ଥିଲା ୪୫ ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି ।

୨୦୦୫-୦୬ ରେ ଓଡିଶାର ଗରିବୀ ୬୩.୮୩ % ଥିବା ବେଳେ ୨୦୨୩ ରେ ଏହା ୧୧.୦୭ % କୁ ଆସିଥିଲା । ୧୦୨.୭୮ ଲକ୍ଷ ଲୋକ Poverty Line ଉପରକୁ ଉଠିଥିଲେ । IMR, MMR ଆଦି ସବୁ Development Indicator ରେ Visible Improvement ଆସିଥିଲା ।

ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରୀ ରଖିବେ ।

Leave a Reply

Your email address will not be published. Required fields are marked *