ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଏହି ଘଟଣାରେ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ସେ ସୋସିଆଲ ମିଡିଆରେ ପୋଷ୍ଟ ରେ କହିଛନ୍ତି, ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏରେ ଏମିତି ଜଣେ ଯୁବତୀ ଛାତ୍ରୀ ଆତ୍ମହତ୍ୟା କରିବାର ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଗଭୀର ଦୁଃଖଦାୟକ। ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଗୁରୁତର ପୋଡ଼ିଯିବା ଆଘାତରୁ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଛାତ୍ରୀ ଜଣକ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସତ୍ତ୍ଵେ ତାଙ୍କୁ ନ୍ୟାୟ ମିଳିନଥିଲା। ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିରେ ସେ ପ୍ରକାଶ କରିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ରକ୍ଷା କରାଯାଇଥିଲା। ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ରହିଥିଲେ। ଗତ ଜୁଲାଇ ୧ ରେ ସେ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ୍ କରି ସୋସିଆଲ ମିଡିଆରେ ତାଙ୍କର ଅଭିଯୋଗ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଓ ବହୁ ଅଧିକାରୀଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ଆକ୍ସନ ନ ହେବାରୁ ପ୍ରିନସପାଲଙ୍କ ଅଫିସ ବାହାରେ ନିଜ ଯନ୍ତ୍ରଣାର ଶେଷ ପ୍ରୟାସ କରି ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଦୁଃଖଦ ଘଟଣା କଲେଜ ପ୍ରିନ୍ସିପାଲଙ୍କଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ତାଙ୍କୁ କିପରି ନ୍ୟାୟ ପାଇବାରୁ ବଞ୍ଚିତ କରାଯାଇଥିଲା ତାହାର କଠୋର ବାସ୍ତବତାକୁ ପ୍ରକାଶ କରେ। ନବୀନ ପଟ୍ଟନାୟକ ଆଉ ମଧ୍ୟ କହିଛନ୍ତି ଆମର ଉଚ୍ଚଶିକ୍ଷା ଢାଞ୍ଚାରେ, ରାଜ୍ୟପାଳ ଏଫଏମ ବିଶ୍ୱବିଦ୍ୟାଳୟ ସମେତ ପ୍ରମୁଖ ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ କାର୍ଯ୍ୟ କରନ୍ତି। ମୁଁ ମାନ୍ୟବର ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି ଏବଂ ଛାତ୍ରୀଙ୍କୁ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ। Post navigation ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ସୁରକ୍ଷା ମାଗିଲେ କଲେଜ ଅଧ୍ୟକ୍ଷ ଏଫ୍.ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଏମ୍ସ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ