ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୈତିକ ଯାତ୍ରାରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଅପାର ଅବଦାନକୁ ମନେ ପକାଇ ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଏକ ନୂତନ ଯୁଗ ଆଣିଥିଲେ ଏବଂ ତାଙ୍କର ସାହସ ଏବଂ ଦୃଷ୍ଟିକୋଣକୁ ଓଡ଼ିଶାବାସୀ ସର୍ବଦା ମନେ ରଖିବେ। ଏହି ଅବସରରେ ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ର ଦ୍ୱାରା ଓଡ଼ିଶାକୁ କ୍ରମାଗତ ଅବହେଳାର ସମ୍ମୁଖୀନ ହେବା ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ରାଜନୈତିକ ପରିଚୟ ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ବୋଲି ଆଲୋକପାତ କରିଥିଲେ। ସେ କହିଛନ୍ତି, ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି। କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବେନି। ଲୋକମାନେ ଜାଣନ୍ତି କିଏ କ’ଣ। ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶା କ୍ରମାଗତ ଭାବେ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି। ଡିଲିମିଟେସନ୍ ବିଲ୍ ରାଜନୈତିକ ପରିଚୟକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଓଡ଼ିଆ ସ୍ବାଭିମାନ ଆଜି ବିପଦରେ ରହିଛି। ଓଡ଼ିଶା ପାଇଁ ସମସ୍ତେ ଏକାଠି ଲଢିବାର ସମୟ ଆସିଛି । ସେ ଆଉ ମଧ୍ୟ କହିଛନ୍ତି ବିଜେଡି ମହିଳା ସଶକ୍ତୀକରଣରେ ଦୃଢ଼ ବିଶ୍ୱାସ କରେ। ମହିଳା ସଂରକ୍ଷଣ ବିଲ୍ ପ୍ରତି ବିଜେଡି ସମର୍ଥନ ଜଣାଇବ। Post navigation CRCCs Resign Collectively: ନିର୍ଯାତନା ଅଭିଯୋଗରେ ୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା Dilip Ray Gets Emotional: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଭାବବିହ୍ବଳ ହୋଇପଡ଼ିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ