ଭୁବନେଶ୍ୱରରେ ଆଜି ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦର ବୃଦ୍ଧି, ଜିଏସଟି ମାଡ, ଚାଷୀ ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ବିରୋଧର ବିଜେଡ଼ି ପକ୍ଷରୁ ଭୁବନେଶ୍ଵରରେ ପ୍ରତିବାଦ କରାଯାଉଛି। ଏହି ଅବସରରେ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରକୁ କଡା ସମାଲୋଚନା କରିବା ସହ କହିଛନ୍ତି । ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର । ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରାରେ ଆପଣ ମାନେ ସାରା ଓଡିଶାରୁ ଏତେ ଶୀତରେ ଭୁବନେଶ୍ୱର ଆସିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଜୁନ ମାସରେ ବିଜେପି ସରକାର ଗଠନ ହେଲା। ସାତ ମାସ ହୋଇଗଲା। ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ। କିନ୍ତୁ କାମ ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି। କିନ୍ତୁ ସରକାର କିଛି ପଦକ୍ଷେପ ନାହିଁ।

ନବୀନ ପଟ୍ଟନାୟକ କହିଛନ୍ତି ଏ ବିଜେପି ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ନିତ୍ୟ ବ୍ୟବହାର୍ଯ୍ୟର ଦର ଏବେ ଆକାଶ ଛୁଆଁ। ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇ ମା କାହାଣୀ କହି ସରକାର ଖୁସି ମନାଉଛନ୍ତି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି। ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ବୋଝ ଉପରେ, ଏହା ନଳିତା ବିଡା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି। ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି,ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି , ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି। ଡବଲ ଇଞ୍ଜିନ ସରକାରର ଡବଲ ମାଡ। ଏପଟେ ଦରବୃଦ୍ଧି ମାଡ, ସେପଟେ ଜିଏସଟି ମାଡ଼। ସବୁ ଜିନିଷ ରେ ଜିଏସଟି । ଗରିବ ଲୋକ ବେଶୀ ଟ୍ୟାକ୍ସ ଦେଉଛନ୍ତି।

ନବୀନ କହିଛନ୍ତି ଯେ, ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଚଳଚ୍ଚିତ୍ର ମୁକ୍ତିଲାଭ କଲା। ହେଲେ ମୋହନ ସରକାର ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।

Leave a Reply

Your email address will not be published. Required fields are marked *