୨୯ ବର୍ଷ ଭିତରେ ଯାହା ଶୁଣାଯାଇନଥିଲା, ଯାହା ବି କେହି ସପ୍ନରେ ଭାବିନଥିଲେ ସୋମବାର ତାହା ଲୋକେ ଶୁଣିଲେ, ଦେଖିଲେ ଏବଂ ଚମକି ପଡ଼ିଲେ । ପ୍ରଥମଥର ପାଇଁ ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ପକାଇବାକୁ ସାହସ କଲେ ମୁସଲମାନ ମାନେ । ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ ତ ପଡ଼ି ଥିଲା, କିନ୍ତୁ ଯାହା ସମସ୍ତଙ୍କୁ ଆବାକ କରିଥିଲା ତାହା ଥିଲା ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ସ୍ଲୋଗାନ ।

ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ଅବସ୍ଥା କେତେ କଦର୍ଯ୍ୟ ଏବଂ ସାଙ୍ଘାତିକ ତା’ର ଭୁରିଭୁରି ପ୍ରମାଣ ମିଳି ଥିଲା ସୋମବାର । ସାଂସଦ ମୁନ୍ନା ଖାଁ ଭୁବନେଶ୍ବରରେ ପହଞ୍ଚିବା ପରେ ମୁସଲମାନ ସମାଜ ପକ୍ଷରୁ ତାଙ୍କୁ ହିରୋ ଭଳିଆ ସମ୍ବଦ୍ଧ ନା ଦିଆଯାଇଥିଲା । ନବୀନ ନିବାସ ଯିବା ପୂର୍ବରୁ ବଡ଼ ବିଷୋଦଗାର କରିଥିଲେ ମୁନ୍ନା । ତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ସେ କହିଥିଲେ ଯେଉଁମାନେ ଭାଜପାକୁ ଯିବା କଥା ତୁରନ୍ତ ପଳା । କିନ୍ତୁ ସେ ଏକଥା କାହାକୁ କହିଲେ ? ସସ୍ମିତଙ୍କୁ କି ? ନା ପାଣ୍ଡିଆନଙ୍କୁ ? ବୋଧହୁଏ ପରୋକ୍ଷରେ ନିଶାଣା ଥିଲା ପାଣ୍ଡିଆଙ୍କୁ? କାହିଁକି ତାଙ୍କ ସହିତ ଯେଉଁମାନେ ନବୀନ ନିବାସ ଯାଇଥିଲେ, ସେଠାରେ ଗୋ ବ୍ୟାକ୍ ପାଣ୍ଡିଆନ ସ୍ଲୋଗାନ ଦେଇଥିଲେ । ଆଉ ନବୀନ ମୁଦ୍ଦାବାଦ ବୋଲି କହିଥିଲେ ।

ମୁନ୍ନା ନବୀନଙ୍କୁ ବହୁତ ପ୍ରଶଂସା କରିଥିଲେ । ସଂଖ୍ୟାଙ୍କ ସ୍ବାର୍ଥ ଆମର ପ୍ରାଥମିକତା, ବିଜଦ ହେଉଛି ଧର୍ମ ନିରପେକ୍ଷ ଦଳ ବୋଲି ନବୀନ କହିଥିବା ସେ କହିଥିଲେ । ହେଲେ ତାଙ୍କ ରାଗ ଥିଲା କିନ୍ତୁ ପାଣ୍ଡିଆନଙ୍କ ଉପରେ । ପ୍ରାୟୋଜିତ ହେଉ ବା ନହେଉ ମୁନା ଦଳବଳ ନେଇ ନବୀନ ନିବାସକୁ ଯାଇ ନବୀନଙ୍କ ସ‌ହ ଆଲୋଚନା କଲେ, ସମସ୍ୟାର ସମାଧାନ ପାଇଁ ନବୀନ ପ୍ରତିଶ୍ରୁତି ଦେଲା ପରେ ମଧ୍ଯ କାହିଁକି ପଡ଼ିଲା ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ ।

Leave a Reply

Your email address will not be published. Required fields are marked *