ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ସମୀକ୍ଷା କରିଛନ୍ତି । ପୁରୀ ର ସତ୍ୟବାଦୀ,କଟକ ର ସାଲେପୁର ଜଗତସିଂହପୁର ର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ ଓ ମହିଳା ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତାଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ପରେ ନବୀନ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଚନ୍ତି ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ । ଅଦିନିଆ ବର୍ଷା ରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖ ର କଥା । ରାଜ୍ୟ ସରକାରଙ୍କ ଉପରେ ଚାଷୀ କୁଳ ର ଆଉ ଭରସା ନାହିଁ । ତୁରନ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି । ସେ କହିଛନ୍ତି ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ରହି ସେ ସେମାନଙ୍କ ହକ ପାଇଁ ଲଢେଇ କରିବେ ।

ଅନ୍ୟପଟେ ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଫସଲ ନଷ୍ଟ ହୋଇଯିବା ପରେ ଜଣକ ପରେ ଜଣେ ଚାଷୀ ମୃତ୍ୟୁର ଖବର ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏହି ମଧ୍ୟରେ ଆଜି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଳା ଗାଁରେ ଗତକାଲି ଆତ୍ମହତ୍ଯା କରିଥିବା ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟିଛନ୍ତି ବିରୋଧୀ ଦଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅତିଶୀଘ୍ର ମୃତ ଚାଷୀଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *