ଫସଲହାନୀ ପାଇଁ ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ସହାୟତା ଦେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଚାଷୀ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି ନବୀନ ।

ସୂଚନା ଯୋଗ୍ୟ; ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବାରୁ ବାଲିକୁଦା ବ୍ଲକ ତଣ୍ଡିକୁଳ ସାରଣା ଗାଁର କୃତିବାସ ସ୍ଵାଇଁ ଆତ୍ମହତ୍ଯା କରିଥିବାର ଅଭିଯୋଗ ହୋଇଥିଲା। ଏହା ପରେ ମଙ୍ଗଳବାର ବିରୋଧୀ ଦଳ ନେତା ନବୀନ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟି ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅନୁକମ୍ପା ମୂଳକ ସହାୟତା ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ନବୀନ। ଏହା ପରେ ଆଜି ନିଜେ ନବୀନ ପଟ୍ଟନାୟକ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *