Naveen condemns attack on Pratap Jena's residence; BJD to gherao at CM's residence on Monday
ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରିବ ବିଜୁ ଜନତା ଦଳ । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏନେଇ ସୂଚନା ଦେଇଛନ୍ତି ।
 
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରି ଏହାକୁ ଏକ ବିବ୍ରତକର ଘଟଣା ବୋଲି କହିଛନ୍ତି । ନବୀନ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଜନପ୍ରତିନିଧିଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।
 
ପ୍ରତାପ ଜେନାଙ୍କ ଘର ଆଗରେ ରାତି ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତା ପାଟିତୁଣ୍ଡ କରିବା ସହିତ ବାଣ ଫୁଟାଇ ହଙ୍ଗାମା କରିବା ନେଇ ପ୍ରତିବାଦ କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।
 

By Nirvay

Leave a Reply

Your email address will not be published. Required fields are marked *