କେନ୍ଦ୍ରାପଡା଼, ଭଦ୍ରକ ଓ ବାଲେଶ୍ଵରର ଲୋକେ ‘ଦାନା’ ବାତ୍ୟାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିଲେ । କିନ୍ତୁ ପ୍ରଶାସନ ଅତ୍ୟନ୍ତ ତତ୍ପର ହୋଇସାରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଥାନାନ୍ତରଣର ଏକ ବାସ୍ତବ ଚିତ୍ର ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ । ଗୁରୁବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଶେଷ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ । ମୋହନ ସରକାର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ବାତ୍ୟା ମୁକାବିଲା ପାଇଁ କାର୍ଯ୍ୟରେ ଲଗାଇ ଦେବା ସହ ନିଜେ ମଧ୍ୟ ତୁହାକୁ ତୁହା ସମୀକ୍ଷା କରିଥିଲେ ।

କିନ୍ତୁ ଦାନାକୁ ନେଇ ବିଜୁ ଜନତା ଦଳ ଯେଭଳି ରାଜନୀତି ଆରମ୍ଭ କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦାନା କ୍ଷୟକ୍ଷତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରିଲିଫ୍ ବଣ୍ଟନରେ ସରକାରୀ ବିଫଳତାକୁ ନେଇ ରାଜନୀତି କରିବାର ଅବକାଶ ଅଛି । କିନ୍ତୁ ସେ ପର୍ଯ୍ୟନ୍ତ ଅପେକ୍ଷା ନକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ରାଜନୀତି ଏକ ଭିଡିଓ ଏହି ରାଜନୀତିର ଉତ୍ସ ।

ପୂର୍ବରୁ ଓଡ଼ିଶାକୁ ଆସିଥିବା ବାତ୍ୟାର ମୁକାବିଲା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଅବଦାନ ଚରସ୍ମାରଣୀୟ । ଓଡିଶାକୁ ବାତ୍ୟାର ବିପଦ ସମୟରେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ବାସୀଙ୍କ ପାଇଁ କରିଥିବା କାମ ଲୋକ କେବେ ଭୁଲିବେ ନାହିଁ । କିନ୍ତୁ ସବୁ ସମୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିବା ସମ୍ଭବପର ନୁହେଁ । ଏହା ତାଙ୍କୁ ବୁଝିବାର ଅଛି । ଏବଂ ବିପଦ ସମୟରେ ରାଜନେତା କି ମୁଖ୍ୟମନ୍ତ୍ରୀ ଭାବେ ନ ଭାବି ସାଧାରଣ ଓଡ଼ିଶା ବସି ହୋଇ ଲୋକଙ୍କୁ ସାହାର୍ଯ୍ୟ କରିବା ଦରକାର ।

ଏବେ ଆସିଥିବା ବାତ୍ୟା ଦାନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଦେଇଛନ୍ତି ନବୀନ ପଟ୍ଟନାୟକ। ଲୋକଙ୍କୁ ବାତ୍ୟାରୁ ନଡରିବା ପାଇଁ ନବୀନଙ୍କ ପରାମର୍ଶ ସାଗତଯୋଗ୍ୟ। କିନ୍ତୁ ମୋହନ ସରକାରଙ୍କ ପ୍ରାକ୍ ବାତ୍ୟା ପଦକ୍ଷେପକୁ ସେ ପ୍ରଶଂସା ବା ସମର୍ଥନ କରିପାରି ନାହାନ୍ତି। ଓଲଟି କହିଛନ୍ତି ଯେ ଯେଉଁ ପ୍ରକାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ରାଜ୍ୟରେ ଅଛି, ତାହା ଲୋକଙ୍କୁ ଆଶ୍ଵସ୍ତ କରିବ। ଅର୍ଥାତ ତାଙ୍କ ସମୟରେ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥାକୁ ସେ ଶ୍ରେୟ ଦେବାକୁ ଚାହିଁଛନ୍ତି  । କିନ୍ତୁ ସେ ଭୁଲି ଯାଇଛନ୍ତି ଆଗକୁ କରାଯାଇଥିବା ବ୍ୟବସ୍ଥା ପରିଚାଳନା କ୍ଷମତା ଉପରେ ନିର୍ଭର କରେ ।

ଏହା ସହ ସବୁଠି ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହି ବିବାଦ ସମୟରେ ବିଜେଡ଼ି ପାଖରୁ ରିଲିଜ୍ ହୋଇଥିବା ଗୀତ । ଏକ ସଂଗୀତ ଭିଡିଓରେ କୁହାଯାଇଛି ଯେ ‘ଆ ନା’ରେ ଦାନା, ଆଉ ନାହିଁରେ ନବୀନା’ । ଏହାର ମାନେ କଣ ? ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି କଣ ଓଡ଼ିଶା କୁ ଆସୁଥିବା ବାତ୍ୟାରୁ ପ୍ରଶାସନ ଲୋକମାନଙ୍କୁ ରକ୍ଷା କରିପାରିବ ନାହିଁ । ନା ଲୋକ ଅସହାୟ ହେଲେ ପୁଣି ମୋହନଙ୍କ ବଦଳରେ ନବୀନଙ୍କୁ ଖୋଜିବେ । କିନ୍ତୁ ଲୋକ ଓ ନବୀନ ପଟ୍ଟନାୟକ ଭାବିବା କଥା ସମୟ ବଦଳୁଛି ଲୋକ ବି ମଧ୍ୟ ବଦଳୁଛନ୍ତି ଆଉ ମଧ୍ୟ ସମୟ ଅନୁସାରେ ବଦଳିବେ ମୁଖ୍ୟମନ୍ତ୍ରୀ । ଜଣେ କେହି ମଧ୍ୟ ଜୀବନ ସାର ମୁଖ୍ୟମନ୍ତ୍ରୀ ରହିବେ ନାହିଁ ।

 

Leave a Reply

Your email address will not be published. Required fields are marked *