ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି ମନେ ହେଉଛି । ନବୀନ ପଟ୍ଟନାୟକ ବଜେଟରେ ଅନେକ ଯୋଜନାର ତାଲିକା ଥିଲେ ମଧ୍ୟ ସେଗୁଡ଼ିକୁ ସଫଳ କରିବା ପାଇଁ ରୋଷେଇ ଘର (ରାଜକୋଷ) ଖାଲି ଅଛି ବୋଲି କହିଛନ୍ତି । ନବୀନ କହିଛନ୍ତି, ରୋଷେଇ ଘର ନାହିଁ, ହେଲେ ଖାଦ୍ୟ ମେନୁ ମାଳ ମାଳ ଅଛି । ଯେଉଁଥିରେ ରାଜ୍ୟବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଯାଇଛି । Post navigation Madhu Babu Pension Yojana: ଆଉ ୬ ଲକ୍ଷ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Bhakta Das’ Stand On Odisha Budget 2026: ଖର୍ଚ୍ଚ କରିନପାରିଲେ ବଜେଟର କଳେବର ବଢ଼ାଇଲେ କି ଲାଭ