ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବକ୍ତବ୍ୟ ଦେବା ଆଦୌ ଶୋଭାପାଉ ନାହିଁ ଏବଂ ସମାନ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।

ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ୨୫ ବର୍ଷ ଶାସନରେ ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ କରିନାହାନ୍ତି। ବିଶେଷକରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଶସ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ବିଜେଡି ଶାସନ କାଳରେ ଆରମ୍ଭ ହୋଇଥିବା ଆଳୁ ମିଶନର ବିଫଳତା ଏଥିପାଇଁ ସଂପୂର୍ଣ୍ଣ ଦାୟୀ । ସେହିପରି ଦୀର୍ଘ ଶାସନ କାଳରେ ଗୋଟିଏ ହେଲେ ନୂତନ ଶୀତଳଭଣ୍ଡାର ନିର୍ମାଣ ହୋଇନି ।

ଚିଠି ଲେଖି ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଇବା ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ, ଯାହା ବର୍ତ୍ତମାନ ବି ଜାରି ରହିଛି । ଅନ୍ୟପଟେ ମାତ୍ର ଦେଢ଼ ମାସ ତଳେ ଦାୟିତ୍ୱ ନେଇଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାଉଟିଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଯତ୍ନବାନ ଓ ଜାଗ୍ରତ ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତତକ୍ଷଣାତ ହସ୍ତକ୍ଷେପ କରି କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟିଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାର ସୁଫଳ ରାଜ୍ୟବାସୀ ଦେଖିବାକୁ ପାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *